Nrusingha Charan Panda’s biography, net worth, fact, career, awards and life story

Intro Indian (Odia) scientist and writer
A.K.A. Nrusingh Charan Panda
Was Writer 
Scientist 
From India 
Type Literature 
Science 
Gender male
Birth 20 April 1929, Dhenkanal district, Northern division, Odisha, India
Death 30 December 2015
(aged 86 years)
Star sign Taurus
Education
Ravenshaw College
University of Missouri
Awards
Sarala Puraskar 1993
Odisha Sahitya Akademi Award 1984

ନୃସିଂହ ଚରଣ ପଣ୍ଡା (୨୦ ଅପ୍ରେଲ ୧୯୨୯ – ୩୦ ଡିସେମ୍ବର ୨୦୧୫) ଜଣେ ଓଡ଼ିଆ ବୈଜ୍ଞାନିକ, ଦାର୍ଶନିକ, ସାହିତ୍ୟିକ ତଥା ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ପ୍ରାକ୍ତନ କୁଳପତି ଥିଲେ । ବିଜ୍ଞାନ ଓ ସାହିତ୍ୟରେ ପାରଦର୍ଶିତା ଲାଭ କରିଥିବା, ନୃସିଂହ ଚରଣ ଉଭୟ କ୍ଷେତ୍ରରେ ନିଜର ଅବଦାନ ନିମନ୍ତେ ବହୁବାର ପୁରସ୍କୃତ ହେଇଥିଲେ । କରୁଣା ନାମକ ଅନୁଷ୍ଠାନ ପ୍ରତିଷ୍ଠା କରି, ସେ ବିଜ୍ଞାନ ଓ ଦର୍ଶନର ପ୍ରଚାର ପ୍ରସାର କରିବାର ଚେଷ୍ଟା କରିଥିଲେ । ବେଦ ପାଠ, ସମୀକ୍ଷା ଓ ବୈଜ୍ଞାନିକ ଦୃଷ୍ଟିକୋଣ ସହିତ ତର୍ଜମା କରିବା ତାଙ୍କ ବ୍ୟକ୍ତିତ୍ୱର ଅନ୍ୟ ଏକ ଦିଗ ।

ବାଲ୍ୟଜୀବନ ଓ ଶିକ୍ଷା

ନୃସିଂହ ଚରଣ, ୧୯୨୯ ଅପ୍ରେଲ ୨୦ ତାରିଖରେ ଢେଙ୍କାନାଳ ଜିଲ୍ଲାର ପରଜଙ୍ଗ ବ୍ଲକ ଅନ୍ତର୍ଗତ ତାଳବେରେଣା ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ସେ ଜଣେ ମେଧାବୀ ଛାତ୍ର ଥିଲେ । ୧୯୪୯ମସିହାରେ ପ୍ରଥମ ଶ୍ରେଣୀରେ ମାଟ୍ରିକ ପାସ କରିଥିଲେ । ଏହି ପରୀକ୍ଷାରେ ସେ ସମଗ୍ର ଓଡ଼ିଶାର ଶ୍ରେଷ୍ଠ ଦଶଜଣଙ୍କ ମଧ୍ୟରୁ ଜଣେ ଥିଲେ । ୧୯୫୧ ମସିହାରେ ରେଭେନ୍ସା ମହାବିଦ୍ୟାଳୟରୁ ପ୍ରଥମ ଶ୍ରେଣୀରେ ଆଇ.ଏସ୍.ସି ପାସ କରିଥିଲେ ।

ବୃତ୍ତିଗତ ଜୀବନ

ନୃସିଂହ ଚରଣ, ୧୯୫୫ ମସିହାରେ ଆଗ୍ରା ବିଶ୍ୱବିଦ୍ୟାଳୟ ଅଧିନସ୍ଥ ୟୁ.ପି. ପଶୁଚିକିତ୍ସା ବିଦ୍ୟାଳୟରୁ ପଶୁଚିକିତ୍ସା କ୍ଷେତ୍ରରେ ସ୍ନାତକ ପାସ କରିଥିଲେ । ଏଠାରେ ସେ ସ୍ୱର୍ଣ୍ଣପଦକ ଓ କୁଳପତି ପଦକ ହାସଲ କରିଥିଲେ । ସେ ୧୯୬୨ ମସିହାରେ ଆମେରିକାର ମିସୌରୀ ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଓ ୧୯୬୯ମସିହାରେ ପି.ଏଚ୍.ଡି ହାସଲ କରିଥିଲେ । ୨୦୧୦ ମସିହାରେ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତାଙ୍କୁ ଡକ୍ଟରେଟ ପ୍ରଦାନ କରିଥିଲା । ଡ଼ ପଣ୍ଡା ୧୯୫୮ ମସିହାରୁ ୧୯୯୪ ପର୍ଯ୍ୟନ୍ତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ସହିତ ଜଡ଼ିତ ରହି ଶିକ୍ଷାଦାନ ଓ ଗବେଷଣାରେ ବ୍ରତୀ ଥିଲେ । ବାୟୋକେମେଷ୍ଟ୍ରୀ ଓ ନ୍ୟୁଟ୍ରିସନ ବିଭାଗରେ ତାଙ୍କର ଦକ୍ଷତା ରହିଥିଲା । ବାୟୋକେମେଷ୍ଟ୍ରୀ ଓ ନ୍ୟୁଟ୍ରିସନରେ ତାଙ୍କର ପ୍ରାୟ ୬୬ଟି ଶୋଧ ପତ୍ର ପ୍ରକାଶ ପାଇସାରିଛି । ତାଙ୍କ ଅଧିନରେ ୪ଜଣ ଛାତ୍ର ପି.ଏଚ୍.ଡି ମଧ୍ୟ ଲାଭ କରିଛନ୍ତି ।

ସାହିତ୍ୟିକ ଜୀବନ

ନୃସିଂହ ଚରଣ ସାହିତ୍ୟର ବହୁ ବିଭାଗ ଯଥା ଗଳ୍ପ, ଉପନ୍ୟାସ, ପ୍ରବନ୍ଧ, ଶିଶୁସାହିତ୍ୟ ଓ କବିତାରେ ଲେଖନି ଚାଳନା କରିଛନ୍ତି । ବିଜ୍ଞାନ ଭିତ୍ତିକ ସାହିତ୍ୟ ଲେଖକ ଭାବରେ ତାଙ୍କର ବିଶେଷ ପରିଚୟ ଅଛି । ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ଲେଖନ୍ତି ।

ରଚନାବଳୀ

ଇଂରାଜୀ ପୁସ୍ତକ

  • Maya in Physics, 1991, published by Motilal Banarsidass, Delhi.
  • The Vibrating Universe, 1995, published by Motilal Banarsidas, Delhi.
  • Mind and Supermind, 1996, Vol I & II, published by D.K. Printworld, New Delhi.
  • Cyclic Universe, Vol. I & II, 2002, published by D.K. Printworld, New Delhi.
  • Meditation, Science and Practice, 2003, published by D.K. Printworld, New Delhi.
  • Yoga-Nidra, Yogic Trance, Theory, Practice and Applications, 2003, published by D.K. Printworld, New Delhi.
  • Japa Yoga, Theory, Practice and Applications, 2007, published by D.K. Printworld, New Delhi.
  • Bhagavadgeetaa : A New Exposition in a Broader Spectrum, 2009, published by D.K. Printworld, New Delhi.
  • Hatha-Yoga
  • Integral Cosmology

ପୁରସ୍କାର ଓ ସମ୍ମାନ

  • ଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ – ୧୯୮୪ (ସପ୍ତସିନ୍ଧୁ ଉପନ୍ୟାସ ନିମନ୍ତେ)
  • ଶାରଳା ପୁରସ୍କାର – ୧୯୯୩ (ଖାରବେଳ ଉପନ୍ୟାସ ନିମନ୍ତେ)
  • ଦଶମ କଳିଙ୍ଗ ପୁସ୍ତକ ମେଳା ସାରସ୍ୱତ ସମ୍ମାନ – ୨୦୦୭(ଫେଣ ଓ ତରଙ୍ଗ କବିତା ସଙ୍କଳନା ନିମନ୍ତେ)
  • ଭରତ ଚନ୍ଦ୍ର ନାୟକ ସ୍ମୃତି ପୁରସ୍କାର – ୧୯୭୮( ସମ୍ବଲପୁର ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦତ୍ତ ଶ୍ରେଷ୍ଠ ପ୍ରବନ୍ଧ ନିମନ୍ତେ)
  • ନନ୍ଦିଘୋଷ ସମ୍ମାନ – ୧୯୮୬
  • ପଣ୍ଡିତ ଶ୍ରୀଧର ଦାସ ସ୍ମାରକୀ ନ୍ୟାସ ସମ୍ମାନ – ୨୦୦୨( ଉତ୍କଳ ବିଶ୍ୱବିଦ୍ୟାଳୟଦ୍ୱାରା ପ୍ରଦତ୍ତ ଦର୍ଶନ ଓ ସାହିତ୍ୟ କ୍ଷେତ୍ରରେ ଶ୍ରେଷ୍ଠତା ନିମନ୍ତେ)
  • ଜଗନ୍ନାଥ ସୋସାଇଟି ଅଫ୍ ଆମେରିକାସ ସମ୍ମାନ – ୧୯୯୭(ଦର୍ଶନ ଓ ସାହିତ୍ୟ କ୍ଷେତ୍ରରେ ଶ୍ରେଷ୍ଠତା ନିମନ୍ତେ)
  • କପିଳାସ ସମ୍ମାନ – ୨୦୦୨( କଳା ଓ ସାହିତ୍ୟ କ୍ଷେତ୍ରରେ ଶ୍ରେଷ୍ଠତା ନିମନ୍ତେ ପ୍ରଦତ୍ତ)
  • ଚିର ସାମର୍ଥ ପ୍ରତିଭା ସମ୍ମାନ – ୨୦୦୫
  • ଷଷ୍ଠ ଭାରତୀୟ ପଶୁଚିକିତ୍ସା କଂଗ୍ରେସ ସମ୍ମାନ – ୨୦୦୬
  • ଶୁକଦେବ ସାହୁ ଉପନ୍ୟାସ ସମ୍ମାନ – ୨୦୧୨
  • ଓଡ଼ିଶା ବିଜ୍ଞାନ ଏକାଡେମୀ ସମ୍ମାନ – ୨୦୧୧
  • ଭୁବନେଶ୍ୱର ପ୍ରତିଭା ସମ୍ମାନ – ୨୦୧୩(ମୁକ୍ତ ଚିନ୍ତନ ମଞ୍ଚଦ୍ୱାରା ପ୍ରଦତ୍ତ)

ଆଧାର

You May Also Like