Gayatribala Panda’s biography, net worth, fact, career, awards and life story

Intro Indian writer
Is Writer 
Journalist 
From India 
Type Journalism 
Literature 
Gender female
Birth 17 April 1977, Jagatsinghpur district
Age: 43 years

ଗାୟତ୍ରୀବାଳା ପଣ୍ଡା ଜଣେ ଜଣାଶୁଣା ଓଡ଼ିଆ ସାହିତ୍ୟିକା ଓ ସମ୍ପାଦିକା । ସେ ମୁଖ୍ୟତଃ କବିତା, ଗଳ୍ପ, ଉପନ୍ୟାସ ଓ ଅନୁବାଦ ଆଦି ସାହିତ୍ୟ ରଚନା କରିଥାନ୍ତି । ସେ ‘ଅନ୍ୟା’ ନାମକ ଏକ ତ୍ରୟୋମାସିକ ସାହିତ୍ୟ ପତ୍ରିକାର ସମ୍ପାଦନା ମଧ୍ୟ କରିଥାନ୍ତି । ପ୍ରଥମ ଓଡ଼ିଆ ଭାବେ ସେ ୨୦୧୧ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ଲାଭ କରିଥିଲେ ।

ବାଲ୍ୟଜୀବନ ଓ ଶିକ୍ଷା

ଗାୟତ୍ରୀବାଳା, ୧୯୭୭ ମସିହା ଅପ୍ରେଲ ୧୭ ତାରିଖରେ ଜଗତସିଂହପୁର ଜିଲ୍ଲାର ସାଦେଇପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଗୋଲକ ବିହାରୀ ପଣ୍ଡା ଓ ମାତାଙ୍କ ନାମ ଅରୁଣିମା ପଣ୍ଡା । ପିତା ଜଣେ ବ୍ୟାଙ୍କ କର୍ମଚାରୀ ଥିଲେ । ଗାୟତ୍ରୀବାଳା, ସାଦେଇପୁର, ବାଲିକୁଦା ଓ କଟକରେ ନିଜର ବିଦ୍ୟାଳୟ ଶିକ୍ଷା ସମାପ୍ତ କରିଥିଲେ । ବାପାଙ୍କ ଇଚ୍ଛାଥିଲା ଗାୟତ୍ରୀବାଳା ଡାକ୍ତର ହୁଅନ୍ତୁ, କିନ୍ତୁ ଝିଅର କଳାରେ ଆଗ୍ରହ ଦେଖି, ସେ ସେଦିଗରେ ତାଙ୍କୁ ପ୍ରୋତ୍ସାହିତ କରିଥିଲେ । ଗାୟତ୍ରୀବାଳା କଟକର ଶୈଳବାଳା ମହିଳା ମହାବିଦ୍ୟାଳୟରେ ପାଠ ପଢିଥିଲେ ଓ ଛାତ୍ର ସଂସଦର ଅଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଥିଲେ । ଉତ୍କଳ ବିଶ୍ଵବିଦ୍ୟାଳୟରୁ ସେ ପାଠାଗାର ବିଜ୍ଞାନରେ(Library and Information Science) ସ୍ନାତକୋତ୍ତର ପାଠ୍ୟକ୍ରମରେ ସମଗ୍ର ଉତ୍କଳ ବିଶ୍ଵବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରି ସ୍ଵର୍ଣ୍ଣପଦକ ହାସଲ କରିଥିଲେ । ପରେ ସେ ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳରୁ ସାମ୍ବାଦିକତା ଓ ଗଣମାଧ୍ୟମରେ ଡିପ୍ଲୋମା ଓ ହିମାଚଳ ପ୍ରଦେଶ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ସାମ୍ବାଦିକତା ପାଠ୍ୟକ୍ରମରେ ଶ୍ରେଷ୍ଠସ୍ଥାନ ଅଧିକାର କରି, ସେ ପବ୍ଲିକ ରିଲେସନ ସୋସାଇଟ ଅଫ ଇଣ୍ଡିଆରୁ ମଧ୍ୟ ସ୍ଵର୍ଣ୍ଣପଦକ ହାସଲ କରିଛନ୍ତି ।

ଗାୟତ୍ରୀବାଳା, ପ୍ରାୟ ଛଅ ସାତ ବର୍ଷ ବୟସରୁ କବିତା ଲେଖିବା ଆରମ୍ଭ କରିଥିଲେ । ଗାୟତ୍ରୀବାଳାଙ୍କ ଜେଜେବାପା ଜଣେ ଉପନ୍ୟାସିକ ଥିଲେ ଓ ତାଙ୍କଠାରୁ ଗାୟତ୍ରୀବାଳା ଅନୁପ୍ରାଣିତ ହୋଇଥିଲେ । ପିଲାବେଳରୁ ସେ, ନିଜ ଦୁଃଖ ଓ ଅସହୟତା ଯାହାକୁ ଅନ୍ୟଭାବରେ କହି ପାରୁନଥିଲେ ତାହା କବିତା ମାଧ୍ୟମରେ ପ୍ରକାଶ କରିପାରୁଥିଲେ । ବାର ବର୍ଷ ହେବା ବେଳକୁ, ତାଙ୍କର ପ୍ରଥମ କବିତା ପ୍ରକାଶିତ ହୋଇସାରିଥିଲା । ୨୦୦୦ ମସିହାରେ, ରାଜ୍ୟ ଯୁବ ପୁରସ୍କାର ତାଙ୍କୁ ଲୋକଲୋଚନକୁ ଆଣିବାରେ ସହାୟକ ହୋଇଥିଲା ।

ସାହିତ୍ୟ ସର୍ଜନା ଓ ସାମ୍ବାଦିକତା

ଭାରତୀୟ ଜନସଞ୍ଚାର ସଂସ୍ଥାନ, ଢେଙ୍କାନାଳରୁ ପାସ ହୋଇ, ସେ ସାମ୍ବାଦିକତା ବୃତ୍ତିକୁ ଆବୋରୀ ଥିଲେ ଓ ସମ୍ବାଦରେ କାର୍ଯ୍ୟକରିବା ଆରମ୍ଭ କରିଥିଲେ । ଦୁଇ ବର୍ଷ ଚାକିରି କରିବା ପରେ, ସେ ଚାକିରି ଛାଡି ଦେଇଥିଲେ । ତାପରେ ସେ, “ଅନ୍ୟା” ନାମକ ତ୍ରୟୋମାସିକ ପତ୍ରିକାର ସମ୍ପାଦନା ସହିତ ସାହିତ୍ୟ ରଚନା କରିଆସୁଛନ୍ତି ।

ଗାୟତ୍ରୀବାଳାଙ୍କ ସାହିତ୍ୟରେ ନାରୀ ମନର କୋହ, ସମାଜର ଅନ୍ୟାୟ ଓ ଅସମାନତା ଦେଖିବାକୁ ମିଳିଥାଏ, କିନ୍ତୁ ସେ ନିଜକୁ ଜଣେ ନାରୀବାଦୀ କବି ଭାବରେ ଚିତ୍ରଣ କରିବାକୁ ଚାହାଁନ୍ତି ନାହିଁ । ତାଙ୍କର ୫୦ଟି ନିର୍ବାଚିତ କବିତାକୁ ତାଙ୍କ ପିତା, ଓଡ଼ିଶା ସାହିତ୍ୟ ଏକାଡେମୀର ଯୁବ ସାହିତ୍ୟିକ ପୁରସ୍କାର ପାଇଁ ପଠେଇଥିଲେ ଓ ସେ ଏହି ପୁରସ୍କାର ଲାଭ କରିଥିଲେ । ସାହିତ୍ୟ ଏକାଡେମୀ ଏହି କବିତା ଗୁଡିକ ଏକ ପୁସ୍ତକ ଆକାରରେ ପ୍ରକାଶ କରିଛି । ଏହାପରେ ତାଙ୍କର ବହୁ କବିତା, ଗଳ୍ପ ଓ ସାକ୍ଷାତକାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ତଥା ବେତାର ଓ ଦୂରଦର୍ଶନରେ ପ୍ରସାରିତ ହୋଇସାରିଛି । ଏଯାବତ ତାଙ୍କର ୧୧ଟି ପୁସ୍ତକ ପ୍ରକାଶିତ ହୋଇସାରିଛି ।

ଗାୟତ୍ରୀବାଳା, ୨୦୦୮ମସିହାରେ “ସାର୍କ ଯୁବ ଲେଖକ ସମ୍ମିଳନୀ”, ୨୦୧୦ମସିହାରେ “ରାଷ୍ଟ୍ରମଣ୍ଡଳ ଦେଶର ସାହିତ୍ୟିକ ସମ୍ମିଳନୀ” ଓ ୨୦୧୫ମସିହାରେ ଭାରତର ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ଆବାସିକ କଳା ଓ ସାହିତ୍ୟ କାର୍ଯ୍ୟକ୍ରମ ‘ଇନ୍-ରେଷିଡେନ୍ସ’ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି ।

ରଚନାବଳୀ

କବିତା ପୁସ୍ତକ

  • ଆହତ ପ୍ରତିଶୃତି(୨୦୦୧)
  • ଅସ୍ପଷ୍ଟ ଇଶ୍ଵର(୨୦୦୨)
  • ଅଣାୟତ(୨୦୦୬)
  • ଗାଁ(୨୦୦୮)
  • ଯେତିକି ଦିଶୁଛି ଆକାଶ(୨୦୧୧)
  • ଆଖି ନାଇଁ କାନ ନାଇଁ
  • ଏ ରାତିର ଯେତେ ତାରା
  • ଧୂପ କେ ରଙ୍ଗ(ହିନ୍ଦୀ)(୨୦୦୬)

ଗଳ୍ପ ସଂକଳନ

  • ବିସର୍ଜନ

ଉପନ୍ୟାସ

  • ପୂର୍ବ ନିର୍ଦ୍ଧାରିତ

    ସମ୍ମାନ ଓ ପୁରସ୍କାର

    • କେନ୍ଦ୍ର ସାହିତ୍ୟ ଏକାଡ଼େମୀ ଯୁବ ପୁରସ୍କାର ୨୦୧୧
    • ରାଜ୍ୟ ଯୁବ ପୁରସ୍କାର – ୧୯୯୯-୨୦୦୦
    • କାଦମ୍ବିନୀ କବିତା ସମ୍ମାନ – ୨୦୦୩
    • ହାଜି ଅସରଫ୍ ଅଲ୍ଲି ଉଦୟ ପ୍ରତିଭା ସମ୍ମାନ(ଫକୀର ମୋହନ ସାହିତ୍ୟ ପରିଷଦ) – ୨୦୦୪
    • ବସନ୍ତ ମୁଦୁଲି କବିତା ସମ୍ମାନ – ୨୦୦୬
    • ଲେଖାଲେଖି ଯୁବ କବି ସମ୍ମାନ – ୨୦୦୭
    • ଶାରଳା କାବ୍ୟ ସମ୍ମାନ – ୨୦୧୦
    • ମନ୍ଥନ ସମ୍ମାନ – ୨୦୧୦
    • ଉତ୍କଳ ସାହିତ୍ୟ ସମାଜ ଯୁବ କବି ସମ୍ମାନ – ୨୦୧୧
    • ରାଜୀବ ଗାନ୍ଧି ସଦଭାବନା ପୁରସ୍କାର – ୨୦୧୧
    • ତଳପଦେଶ୍ଵରୀ ସାହିତ୍ୟ ସମ୍ମାନ – ୨୦୧୨
    • ଟାଇମ ପାସ ସ୍ଵୟଂଶ୍ରୀ ସମ୍ମାନ – ୨୦୧୨
    • ଦୀପକ ମିଶ୍ର କବିତା ପୁରସ୍କାର – ୨୦୧୫

      ଆଧାର

      You May Also Like

      Neil Brown Jr’s net worth, biography, fact, career, awards and life story

      Neil Brown Jr. net worth: Neil Brown Jr. is an American actor who has a net worth of $2 million. He is perhaps best known for starring as Guillermo on the TV series The Walking Dead. Neil Brown Jr. was born in Orlando, Florida in June 1980. He first appeared in an episode of the television series WMAC Masters in 1995. Brown began starring as Chad Kerr on the TV series Insecure in 2016. He also began starring as Ray on the series SEAL Team in 2017. He has had recurring roles on the TV series South Beach, Suits, and Dirk Gently’s Holistic Detective Agency. Neil Brown Jr. starred as Guillermo on the television series The Walking Dead in 2010. He has occurred in films including Tigerland, Out of Time, Mr. 3000, Never Back Down, Fast & Furious, Just Another Day, Battle: Los Angeles, Straight Outta Compton, Sand Castle, Naked, City of Lies, and more. In 2016 he was nominated for a Screen Actors Guild Award for Straight Outta Compton.
      Read More